Press Release – 11th March 2015-Odia

press_release

Press Release regarding Second Bridge on Brahmani River near Rourkela : Click here – Press Release – 11.03.2015

ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ଵିତୀୟ ବ୍ରିଜ କେନ୍ଦ୍ର ଦ୍ଵାରା ଅନୁମୋଦିତ :

ଜୁଏଲଙ୍କୁ ଗଡ଼କରୀଙ୍କ ସୂଚନା

 

ନୂଆଦିଲ୍ଲୀ // ୧୧।୦୩।୨୦୧୫: ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ଵିତୀୟ ବ୍ରିଜ ଯଥା ଶୀଘ୍ର ନିର୍ମାଣ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କେନ୍ଦ୍ର ରାଜପଥ, ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ଶ୍ରୀ ନିତିନ ଜୟରାମ ଗଡ଼କରୀଙ୍କୁ ଲେଖିଥିବା ପତ୍ରର ଉତ୍ତରରେ ଶ୍ରୀ ଗଡ଼କରୀ ଲେଖି ଜଣାଇଛନ୍ତି ଯେ କେନ୍ଦ୍ର ସରକାର ବ୍ରାହ୍ମଣୀ ନଦୀ ଉପରେ ଦ୍ଵିତୀୟ ବ୍ରିଜ ନିର୍ମାଣକୁ ଅନୁମୋଦନ କରିଛନ୍ତି। ୧୪୩ ନମ୍ବର ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ହେଲେ ବ୍ରାହ୍ମଣୀ ନଦୀ ଉପରେ ଦ୍ଵିତୀୟ ବ୍ରିଜ ନିର୍ମାଣ ନିହାତି ଆବଶ୍ୟକ। ଏହାକୁ ଆଖି ଆଗରେ ରଖି ଉକ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ନିମନ୍ତ୍ରେ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଆସନ୍ତା ମାର୍ଚ ୩୧ ତାରିଖ ପୂର୍ବରୁ ଟେଣ୍ଡର ଆହ୍ଵାନ କରାଯିବା ସହ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ।

ଏହି ବ୍ରିଜ ନିର୍ମାଣ ଯଥା ଶୀଘ୍ର ହେଲେ ରାଉରକେଲା ଏବଂ ଆଖପାଖ ଅଞ୍ଚଳବାସୀଙ୍କ ଏକ ଦୀର୍ଘ ଦିନର ଆବଶ୍ୟକତା ପୂର୍ଣ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମତବ୍ୟକ୍ତ କରିବା ସହ ଶ୍ରୀ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related posts